ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍‌

0

ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡିଆରେ ତଳେ ପଡିଯାଇଥିଲେ । ତେବେ ଏରିକସନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ପାଇଁ ଏହି ଫୁଟବଲ ମ୍ୟାଚକୁ ଦୁଇ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା । ବିରତି ପରେ ମ୍ୟାଚ ପୁଣି ଖେଳାଯିବା ସହ ସେଥିରେ ଫିନଲାଣ୍ଡ ୧-୦ରେ ବିଜୟଲାଭ କରିଥିଲା । କୋପେନହାଗେନ୍‌ର ତେଲିଆ ପାର୍କେନ ଷ୍ଟାଡିୟମରେ ଏହି ଫୁଟବଲ ମ୍ୟାଚ ଖେଳାଯାଇଥିଲା ।

Leave A Reply

Your email address will not be published.

10 − 7 =