ୟୁରୋ କପ : ପର୍ତ୍ତୃଗାଲକୁ ବିଜୟ ଦେଲେ ରୋନାଲ୍ଡ

0

ରୋନାଲ୍ଡଙ୍କ ବିଳମ୍ବିତ ଯୁଗଳ ସାଙ୍ଗକୁ ଗୁଏରିରୋଙ୍କ ଗୋଟିଏ ଗୋଲ୍‌ ବଳରେ ପର୍ତୁଗାଲ ୩-୦ରେ ମ୍ୟାଚ ଜିତି ନେଇଥିଲା । ମଙ୍ଗଳବାର ରାତିରେ ହଙ୍ଗେରି ବିପକ୍ଷ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିଥିଲା ତାରକା ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡଙ୍କ ଉପରେ । ସ୍ଥାନୀୟ ଫେରେନ୍‌ ପୁସକାସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା । ଗୋଲ୍‌ ପୋଷ୍ଟ ଆଗରେ ଉଭୟ ରୋନାଲ୍ଡ ଓ ଡିଏଗୋ ଜୋଟା କେତୋଟି ସୁଯୋଗ ହାତଛଡା କରିବାରୁ ପର୍ତ୍ତୃଗାଲ ଗୋଲ୍‌ କରିବାରୁ ବଞ୍ଚିତ ରହିଥିଲା । ଘନଘନ ଆକ୍ରମଣ ସତ୍ତେ୍ୱ ପର୍ତ୍ତୃଗାଲକୁ ଗୋଲ୍‌ କରିବାରୁ ବଞ୍ଚିତ ରଖିଥିଲା ହଙ୍ଗେରି । ଏପରିକି ପର୍ତ୍ତୃଗାଲଙ୍କ ଏକ ପ୍ରୟାସ ଅଫସାଇଡ୍‌ ହୋଇଯିବାରୁ ଦଳ ନିରାଶ ହୋଇଥିଲା । ଫଳରେ ୮୪ ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ ଗୋଲ ଶୂନ୍ୟ ରହିଥିଲା । ହେଲେ ୮୪ ମିନିଟ୍‌ରେ ହିଁ ରାଫେଲ ଗୁଏରିରୋ ପ୍ରଥମ ଗୋଲ୍‌ କରି ପର୍ତ୍ତୃଗାଲକୁ ଅଗ୍ରଣୀ ଦେଇଥିଲେ । ଏହାପରେ ୯୭ ଏବଂ ୯୦+୨ ମିନିଟରେ ଲଗାତର ଦୁଇଟି ଗୋଲ୍‌ କରି ରୋନାଲ୍ଡ ଦଳକୁ ୩-୦ର ସହଜ ବିଜୟ ଭେଟି ଦେଇଥିଲେ । ଏଥି ସହିତ ହଙ୍ଗେରି ବିପରେ ମଧ୍ୟ ପର୍ତ୍ତୃଗାଲ ୧୪ ମୁକାବିଲାରୁ ୧୦ମ ବିଜୟ ହାସଲ କଲା ।

Leave A Reply

Your email address will not be published.

nineteen − seventeen =