ଆଜିଠୁ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର ଖୋଲା

0

ଆଜିଠାରୁ ରାଜ୍ୟରେ ଯୋଗ କେନ୍ଦ୍ର ଏବଂ ଜିମ୍ ସେଣ୍ଟର ଖୋଲା ହୋଇଛି । ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠୁ ସାରା ଦେଶରେ ଯୋଗ ଓ ଜିମ୍ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି ।

ଯୋଗ କେନ୍ଦ୍ର ଏବଂ ଜିମ୍ ସେଣ୍ଟର ଖୋଲିବାକୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ କେନ୍ଦ୍ର ସରକାର । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି ।  ଉଭୟ ଯୋଗ ଶିବିର ଏବଂ ଜିମ୍  ସେଣ୍ଟରରେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।  ଅତିକମ୍‌ରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି । ଜିମ୍ନାସିୟମ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।ବ୍ୟାୟାମ ଉପକରଣ ବ୍ୟବହାର ପୂର୍ବରୁ ହାତକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ରହିଛି। ଲକ଼ଡାଉନ୍ କଟକଣାକୁ କୋହଳ କରି କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍- ୩ ଗାଇଡଲାଇନ୍‌ ଅନୁଯାୟୀ ଯୋଗ ସେଣ୍ଟର  ଓ ଜିମ୍ନାସିୟମ ସେଣ୍ଟର ଖୋଲାଯାଇଛି।

Leave A Reply

Your email address will not be published.

17 − 4 =