ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

0
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ରାତି ୭ ଟା ୪୫ ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସସି ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ତେବେ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ ବୈଠକ ବିଳମ୍ବିତ ସନ୍ଧ୍ୟାରେ ବସୁଛି। ବୈଠକର ଏଜେଣ୍ଡା  ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଆଜିସୁଦ୍ଧା କିଛି ସୂଚନା ଦିଆଯାଇ ନାହିଁ।

Leave A Reply

Your email address will not be published.