ଆସନ୍ତା ୧ରୁ ଚାରଧାମ ଯାତ୍ରା ଆରମ୍ଭ ହେବ

0

ଜୁଲାଇ ୧ ତାରିଖରୁ ଆରମ୍ଭ ହେବ ଚାରଧାମ ଯାତ୍ରା । ଉତ୍ତରାଖଣ୍ଡ ସରକାର ହିମାଳୟ ପର୍ବତମାଳାରେ ଥିବା ପ୍ରସିଦ୍ଧ ଚାରିଟି ତୀର୍ଥସ୍ଥଳ ଲାଗି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସ୍ଥାନୀୟ ଅଧିବାସୀଙ୍କୁ ଜୁଲାଇ ୧ରୁ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ଜୁଲାଇ ୧୧ରୁ ଏଥିପାଇଁ ଅନୁମତି ମିଳିବ । ଏହାସହ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚାମୋଲି ଜିଲାର ଅଧିବାସୀ ବଦ୍ରିନାଥ ଦର୍ଶନରେ ଯାଇପାରିବେ । ସେହିଭଳି ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲାର ଅଧିବାସୀ କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଜୁଲାଇ ୧ ତାରିଖରୁ ଯାତ୍ରା କରିପାରିବେ । ଏହି ଯାତ୍ରା ପୂର୍ବରୁ ଆରଟିପିସିଆର କିମ୍ବା ରାପିଡ ଆଣ୍ଟିଜେନ ପରୀକ୍ଷା ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.

twelve + 8 =