ଅଭିନେତ୍ରୀ ୟାମୀ ଗୌତମଙ୍କୁ ଇଡିର ସମନ

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଇଡି ସମନ କରି ପଚାରଉଚରା ପାଇଁ ଡାକିଛି । ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ ଫରେନ ଏକ୍ସଚେଞ୍ଚ୍‌ ମ୍ୟାନେଜମେଣ୍ଟ ଆକ୍ଟର ଉଲ୍ଲଂଘନରେ ଅଭିଯୋଗରେ ପଚରାଉଚରା କରିବା ୟାମୀଙ୍କୁ ସମନ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭିକି ଡୋନର ଫିଲ୍ମରେ ଅଭିନୟ କରିଥିବା ୟାମୀ ନିକଟରେ ଫିଲ୍ମ ନିର୍ମାତା ଅଦିତ୍ୟ ଧରଙ୍କୁ ବିବାହ କରିଥିଲେ । ଆଦିତ୍ୟ ମଧ୍ୟ ଇଡି ସ୍କାନରରେ ଥିବା ବେଳେ ଏବେ ୟାମୀଙ୍କ ବିରୋଧରେ ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ ଉଲ୍ଲଂଘନର ଅଭିଯୋଗ ଆସିଛି । ଇଡି ଜୁଲାଇ ୭ରେ ୟାମିଙ୍କୁ ହାଜର ହେବାକୁ କହିଛି । ଅଭିଯୋଗ ଅନୁଯାୟୀ, ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବୈଦେଶିକ ମୁଦ୍ରା କାରବାର ହୋଇଛି । ହେଲେ ଏନେଇ ୟାମୀ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ କୌଣସି ସୂଚନା ଦେଇନଥିଲେ । କିଛି ବ୍ୟାଙ୍କ ଆକାଉଣ୍ଟରେ ବିଦେଶୀ ମୁଦ୍ରା କାରବାର ହେବା ପରେ ତାହା ଇଡି ସ୍କାନାରେ ଆସିଥିଲା । ଏହାପରେ ତଦନ୍ତ କରିବା ପରେ ବ୍ୟାଙ୍କ ଆକାଉଣ୍ଟଟି ୟାମୀଙ୍କ ଆକାଉଣ୍ଟ ସହିତ ଲିଙ୍କ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.

16 − nine =