ଦକ୍ଷତା ବିକାଶ ନିମନ୍ତେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଏମଓୟୁ ସ୍ୱାକ୍ଷର

0

ଓଡ଼ିଶା ସରକାରଙ୍କ ତରଫରୁ ବିଶ୍ୱ ଦକ୍ଷତା ଦିବସ ପାଳନ କରାଯାଇଛି । ବିଶ୍ୱ ଯୁବ ଦକ୍ଷତା ଦିବସରେ ଉଦ୍ଦେଶ୍ୟ ହେଉଛି ନିଯୁକ୍ତି ନିମନ୍ତେ ଯୁବଗୋଷ୍ଠୀଙ୍କ ପାଇଁ ଦକ୍ଷତା, ଉପଯୁକ୍ତ କାର୍ଯ୍ୟଏବଂ ଉଦ୍ୟୋଗୀତା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବା ଏବଂ ସାମ୍ପ୍ରତିକ ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବାରେ ଦକ୍ଷ ଯୁବକମାନଙ୍କୁ ପ୍ରସ୍ତୁତ କରାଇବା । ୨୦୨୦ ବିଶ୍ୱ ଯୁବ ଦକ୍ଷତା ଦିବସର ବିଷୟବସ୍ତୁ ହେଉଛି “ସ୍କିଲ୍ସ ଫର ଏ ରେଜିଲେଂଟ ୟୁଥ୍‌” ।

ଅତୀତରେ ଯୁବଗୋଷ୍ଠୀମାନଙ୍କୁ ଦକ୍ଷତା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ପାଇଁ ଦକ୍ଷତା ଆକାଂକ୍ଷା ସୃଷ୍ଟି କରିବା ପାଇଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ କେବଳ ଡିଜିଟାଲ ପ୍ଲାଟଫର୍ମରେ ପାଳନ କରାଯାଉଛି । ଆମର ଅଗ୍ରଣୀ ଆଇଟିଆଇମାନଙ୍କ ଦ୍ୱାରା ଶିଳ୍ପ ନେତୃବୃନ୍ଦଙ୍କୁ ଦକ୍ଷତା ଇକୋସିଷ୍ଟମ ପ୍ରତି ଆକର୍ଷିତ କରାଇବା ସହ ରାଜ୍ୟରେ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ୱେବିନାର ଆୟୋଜିତ ହେଉଛି ।

ଏହାବ୍ୟତୀତ ରାଜ୍ୟ ସ୍ତରରେ ଆମର ଯୁବପିଢ଼ୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ପାଇଁ ଚାରିଟି ଭର୍ଚୁଆଲ ଏମଓୟୁ ସ୍ୱାକ୍ଷରିତ କରାଯାଇଛି ।

ପ୍ରଥମ ଭର୍ଚୁଆଲ ଏମଓୟୁ ଶ୍ରୀମତି ରଶ୍ମିତା ପଣ୍ଡା ନିର୍ଦ୍ଦେଶିକା, ନିୟୋଜନ ତଥା ସିଇଓ ଓଏସଡିଏ ,ବଂ ନିଷ୍ଠା ସତ୍ୟମ, ଡେପୁଟି କଂଟ୍ରି ରେପ୍ରେଜେନଟେଟିଭ, ୟୁଏନ ୱମେନ୍ ଙ୍କ ମଧ୍ୟମରେ ହୋଇଥିଲା । ୟୁଏନ ଓ୍‌ମେନ୍ ସହ ସହଭାଗିତା ଦ୍ୱାରା ପ୍ରଚଳିତ ଥିବା ଏବଂ ନୁତନ ସ୍କିଲିଂ ପଦକ୍ଷେପଗୁଡିକର ପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ଲିଙ୍ଗଗତ ଦୃଷ୍ଟିକୋଣରୁ କରାଯିବ ଏବଂ ଏହା ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ପାଇଁ ସହାୟକ ହେବ ।ଦ୍ୱିତୀୟ ଭର୍ଚୁଆଲ ଏମଓୟୁଟି ଶ୍ରୀ ରେଘୁ ଜି, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ସାଖ୍ୟସିଂଘା, ପ୍ରତିଷ୍ଠାତା, ସାକ୍ ରୋବୋଟିକ୍ସଙ୍କ ମଧ୍ୟରେ ହୋଇଥିଲା । ସାକ୍ ରୋବୋଟିକ୍ସକୁ ଧୀରେ ଧୀରେ ରାଜ୍ୟର ସମସ୍ତ ଆଇଟିଆଇ ଗୁଡିକରେ ସାମିଲ କରାଯିବ, ଯାହାକୁ ଆଇଟିଆଇ ଛାତ୍ରମାନଙ୍କୁ ନିଜ ଟ୍ରେଡ ସହ ରୋବୋଟିକ୍ସ ସ୍କ୍ରିଲ୍ସରେ ମଧ୍ୟ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବ ।

ତୃତୀୟ ଭର୍ଚୁଆଲ ଏମଓୟୁଟି ଶ୍ରୀମତି ରଶ୍ମିତା ପଣ୍ଡା, ନିର୍ଦ୍ଦେଶିକା, ନିୟୋଜନ ତଥା ସିଇଓ ଓଏସଡିଏ ଏବଂ ଜେଫ୍ ମ୍ୟାଗନକାଲଡା, ସିଇଓ, କୋର୍ସେରାଙ୍କ ମଧ୍ରରେ ହୋଇଥିଲା । କୋଭିଡ-୧୯ ମହାମାରୀ ପରିସ୍ଥିତିରେ କୋର୍ସେରା ସହିତ ସହଭାଗିତା ଦ୍ୱାରା ଡାଟା ସାଇନ୍ସ, ଟେକ୍ନୋଲୋଜି ଇତ୍ୟାଦି ସଦ୍ୟତମ ପାଠ୍ୟକ୍ରମ କ୍ଷେତ୍ରରେ ଓଡ଼ିଶା ରାଜ୍ୟର ଯୁବପିଢ଼ୀଙ୍କୁ ଅପ-ସ୍କ୍ରିଲିଂ ଏବଂ ରି-ସ୍କ୍ରିଲିଂ କରାଯିବ ।

ସେହିପରି ଚତୁର୍ଥ ଭର୍ଚୁଆଲ ଏମଓୟୁ ଓଏସଡିଏ ଏବଂ ଏସଏପି-ଇଆରପି ସହ ହୋଇଯାଇଛି । ଟାଇମ୍ସ ପ୍ରୋ(ଏସଏପିର ସହଭାଗୀ) ସହିତ ସହଭାଗିତା ଦ୍ୱାରା ସରକାରୀ ଇଞ୍ଜିନିୟରିଂ ଏବଂ ପ୍ରଫେସନାଲ ଅନୁଷ୍ଠାନର କୁଶଳୀ-ଓଡ଼ିଶା ଯୁବକମାନେ ଏସଏପି-ଆଇରପି ପାଠ୍ୟକ୍ରମରେ ତାଲିମ ନେଇପାରିବେ, ଯାହା ସେମାନଙ୍କୁ ବିଶ୍ୱ ବିଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବ ,ବଂ ଭାରତ ତଥା ରାଜ୍ୟର ଆଇଟି ଇଣ୍ଡଷ୍ଟ୍ରି ନିମନ୍ତେ ପ୍ରତିଭା ପେଣ୍ଠସ୍ଥଳୀ ସୃଷ୍ଟି କରିବ । ଏହି ଏମଓୟୁଟି ଶ୍ରୀମତି ରଶ୍ମିତା ପଣ୍ଡା, ନିର୍ଦ୍ଦେଶିକା, ନିୟୋଜନ ତଥା ସିଇଓ, ଓଏସଡିଏ ଏବଂ ଅନିଶ ଶ୍ରୀକ୍ରୀଷ୍ଣା, ସିଇଓ ବେନେଟ୍ କୋଲମ୍ୟାନ୍ ଏଣ୍ଡ କମ୍ପାନୀ ଲିମିଟେଡ (ଟାଇମ୍ସ ପ୍ରଫେସନାଲ ଲର୍ନିଙ୍ଗ) ଏବଂ ରାଜେଶ ମୁସାଲିୟଥ୍ , ସିଓଓ, ଡିଜିଟାଲ ସର୍ଭିସେସ, ସାପ୍ ଙ୍କ ମଧ୍ୟରେ ହୋଇଥିଲା ।

ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆଜି ଆମ ସମସ୍ତଙ୍କ ପାଇଁ ଏକ ବିରାଟ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଓଡ଼ିଶାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଭାବନ କ୍ଷେତ୍ରରେ କ୍ରମାଗତ ଭାବରେ ଆଗେଇ ଚାଲିଛି । ସମସ୍ତଙ୍କର ସହଯୋଜରେ ଆମର ଯୁବପିଢ଼ୀମାନଙ୍କ ପାଇଁ ଦକ୍ଷତା ବିକାଶର ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଆଜିର ଯୁବପିଢ଼ୀ ବିଶ୍ୱଯୋଗୀ କୁଶଳୀ ହୋଇପାରିବେ ।

ମାନ୍ୟବର ଅଧ୍ୟକ୍ଷ , ଓଏସଡିଏ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଏବଂ ମାନ୍ୟବର ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଏହି ଡିଜିଟାଲ ମିଟରେ ବକ୍ତବ୍ୟ ରଖିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦବୋଧନ ଦେଇ ଏହି ଡିଜିଟାଲ ମିଟର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେହିପରି ଶ୍ରୀ ରେଘୁ ଜି, ନିର୍ଦ୍ଦେଶକ ଡିଟିଇଟି ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

6 + nineteen =