ବିଶ୍ୱରେ କରୋନା ମୃତ୍ୟୁ ୩୯ ଲକ୍ଷ ୮୭ ହଜାର

0

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ରେ ବ୍ରେକ ଲାଗୁ ନଥିବା ବେଳେ ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ଟୀକାକରଣ ଅଭିଯାନ କୁ ଜୋରଦାର କରାଯାଉଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୨ ଲକ୍ଷ ୩୧ ହଜାର ୧୮୧କୁ ବୃଦ୍ଧି ପାଇଛି । ମୋଟ ୧୬ କୋଟି ୮୬ ଲକ୍ଷ ୯ ହଜାର ୯୧୪ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୧୬ ଲକ୍ଷ ୩୪ ହଜାର ୧୧୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୭୭ ହଜାର ୭୯୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୧ ହଜାର ୨୫୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Leave A Reply

Your email address will not be published.

nineteen − 5 =