ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୯୩ ହଜାର ୩୧୯

0

ନୂଆଦିଲ୍ଲୀ: କୋଉ ଦେଶ ରେ କରୋନା ସଂକ୍ରମଣ ହ୍ରାସ ପାଉଛି ତ ପୁଣି କୋଉ ଦେଶରେ ଏହା ବଢ଼ିବାରେ ଲାଗିଛି । ଏହାରି ଭିତରେ
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୯୩ ହଜାର ୩୧୯ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୫ ଲକ୍ଷ ୬୨ ହଜାର ୫୧କୁ ବୃଦ୍ଧି ପାଇଛି । ମୋଟ ୧୬ କୋଟି ୮୯ ଲକ୍ଷ ୭ ହଜାର ୧୮୧ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୧୬ ଲକ୍ଷ ୬୧ ହଜାର ୫୫୧ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୭୭ ହଜାର ୭୮୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୧ ହଜାର ୨୯୩ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Leave A Reply

Your email address will not be published.

fourteen − 12 =