ଆଜି ହେଉଛି ବିଶ୍ୱ ବାଉଁଶ ଦିବସ

0

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ବାଉଁଶ ଦିବସ। ପ୍ରତିବର୍ଷ ସେପ୍ଟେମ୍ୱର ୧୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ବାଉଁଶ ଦିବସ’। ବାଉଁଶ ଜଙ୍ଗଲ ବୃଦ୍ଧି ତଥା ବାଉଁଶର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ହେଉଛି ଏହି ଦିବସର ଲକ୍ଷ। ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ ଅବା ବିବାହ ବେଦିର ବୈଶାଲା, ପାରମ୍ପରିକ କୃଷି ଯନ୍ତ୍ରପାତି ହେଉ ଅବା ବନ୍ୟା ସମୟରେ ଭେଳା ପୁଣି ମଣିଷ ଜୀବନର ଚତୁର୍ଥ ପ୍ରହର ପାଇଁ ନିତାନ୍ତ ଆବଶ୍ୟକୀୟ ସାମଗ୍ରୀ ଆଶାବାଡ଼ି – ଏସବୁ ପାଇଁ ଯାହା ଦରକାର ହୁଏ ତାହା ହେଉଛି ବାଉଁଶ।

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ବାଉଁଶର ବ୍ୟବହାର ଅନେକ କାର୍ଯ୍ୟରେ କରାଯାଏ। ଏବେ କିନ୍ତୁ ଏହା ଧିରେ ଧିରେ ଲୋପ ପାଇବାରେ ଲାଗିଛି। ଜଙ୍ଗଲ କାଟି ସଫା କରିଦେଉଛନ୍ତି ନିଷ୍ଠୁର ମଣିଷମାନେ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକାରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ୱାର୍ଲ୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି  ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.

five + 14 =