ଭିକାରୀଙ୍କୁ ବି କାମ କରିବାକୁ ପଡିବ: ହାଇକୋର୍ଟ

0

ମୁମ୍ବାଇ: ଭିକାରୀମାନଙ୍କୁ କିଛି ନା କିଛି କାମ କରିବାକୁ ପଡିବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ସବୁ କିଛି ଦେଇପାରିବେ ନାହିଁ । କିଛି ଏଭଳି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଭିକାରୀମାନଙ୍କୁ ଦେଶ ପାଇଁ କିଛି କାମ କରିବାକୁ ପଡିବ । ସୂଚନା ଅନୁଯାୟୀ, ବ୍ରିଜେଶ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ଭିକାରୀ ସ୍ୱାର୍ଥ ଉଦ୍ଦେଶ୍ୟରେ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହି ଆବେଦନରେ ଗୃହହୀନ ଲୋକଙ୍କୁ ଦିନକୁ ୩ ଥର ଖାଦ୍ୟ, ପାନୀୟ, ରହିବା ଏବଂ ଶୌଚାଳୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ଏହି ଅଜବ ଦାବି ଉପରେ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆବେଦନକାରୀଙ୍କୁ ପ୍ରଶ୍ନ କରି କୋର୍ଟ କହିଛନ୍ତି, ଯଦି ଆବେଦନରେ ଦିଆଯାଇଥିବା ସମସ୍ତ ଅନୁରୋଧ ଗ୍ରହଣ କରାଯାଏ, ତେବେ ଏହା ଲୋକଙ୍କୁ କାମ ନକରିବାକୁ ନିମନ୍ତ୍ରଣ କରିବା ପରି ହେବ । ସହରରେ ସର୍ବସାଧାରଣ ଶୌଚାଳୟ ଅଛି ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.

3 + 11 =