ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା

0

ନୂଆଦିଲ୍ଲୀ: ଦେଶରେ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବା ନେଇ ଅନୁମତି ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣଳୟ । କରୋନା ମହାମାରୀର ଦ୍ୱିିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି ସମ୍ଭାବନା ରହିଛି । ବର୍ତ୍ତମାନ ଗର୍ଭବତୀ ମହିଳାମାନେ ମଧ୍ୟ କରୋନା ଟିକା ପାଇପାରିବେ । ଏନେଇ ଗର୍ଭବତୀ ମହିଳାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶାବଳୀରେ ଗର୍ଭବତୀ ମହିଳାଙ୍କ ଟିକା ନେବା ନେଇ ଚିନ୍ତା ଦୂର କରାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହି ଟିକା ଅନ୍ୟ ଲୋକଙ୍କ ପରି ଗର୍ଭବତୀ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ବୋଲି ଏଥିରେ କୁହାଯାଇଥିଲା ।

Leave A Reply

Your email address will not be published.

3 × three =