ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ

0

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ‘ତୃତୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ସ୍ୱାଗତଯୋଗ୍ୟ । ପ୍ରତି ଲହର ୩ରୁ ୪ ମାସ ରହୁଛି । ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡିବ । ଏଥିପାଇଁ ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ । ଆମ ସର୍ଭେଲାନ୍ସ ଟିମ ବି ପ୍ରସ୍ତୁତ ଅଛି । ଟେଷ୍ଟିଂ ବଢାଯାଉଛି । ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । କୋଭିଡ ଏବେ ବି ଆମ ପରିବେଶ ଭିତରେ ବୁଲୁଛି’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ବିଶେଷ କରି କଟକ, ଭୁବନେଶ୍ୱରରେ ଅଧିକ ଏନଫୋର୍ସମେଣ୍ଟ ବଢାଯିବ । ରୋଗ ଥାଉ କି ନଥାଉ ସମସ୍ତେ କୋଭିଡ କଟକଣା ମାନନ୍ତୁ ।

ଅନ୍ୟପଟେ , ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚିତ ଆସିବ । ଏବେ ସଂକ୍ରମଣ କମିଛି । ତେବେ ଏବେଠୁ ସରକାରଙ୍କର ନିୟମାବଳୀକୁ ମାନିବାକୁ ପଡିବ । ବିଦେଶରେ ଅନେକ ସ୍ଥାନରେ ତୃତୀୟ ଲହର ଆରମ୍ଭ ହେଲାଣି । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ଆରମ୍ଭ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ କୋଭିଡ କଟକଣା କମ କୋହଳ କରାଯାଇଛି । ଯାହା ଜିମ୍‌ ଓ ପାର୍ଲର ଖୋଲିବା ଭଳି ଅନେକ କିଛି ନିୟମରେ କୋହଳ କରାଯାଇଛି । ଅନ୍ୟପଟେ ମଧ୍ୟ ଓଡ଼ିଶାର ସୀମାବର୍ତ୍ତି ଅଞ୍ଚଳର ଜିଲ୍ଲାଗୁଡିକ ଉପରେ ନଜର ରଖାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

Leave A Reply

Your email address will not be published.

5 + 16 =