ରାଜ୍ୟ ରାଜପଥ ନୟନଯୋରୀ ଅବରୋଧ : ଜଳନିଷ୍କାସନ ହୋଇନପାରି ଚାଷ ନଷ୍ଟ

0

ବାଲେଶ୍ୱର : ଚଳିତବର୍ଷ ଲଗାଣ ବର୍ଷା ହୋଇଥିବାରୁ ତଥା ଜଳେଶ୍ୱରରୁ ଚନ୍ଦନେଶ୍ୱର ୫୭ନଂ ରାଜ୍ୟରାଜପଥର ନୟନଯୋରୀ ଅବରୋଧ ହୋଇଥିବାରୁ ଜଳନିଷ୍କାସନ ଠଫ୍‌ ହୋଇ ଯାଇଛି । ଫଳରେ ହଜାର ହଜାର ଜମିର ଧାନଚାଷ ନଷ୍ଟ ହେବାକୁ ବସିଥିବା ବେଳେ କେତେକ ଗାଁରେ ପାଣି ପଶିଛି । ଏ ସବୁର ସମାଧାନ ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ରାଜପଥର ଉଭୟ ପାଶ୍ୱର୍ରେ ଥିବା ସରକାରୀ ନୟନଯୋରୀ ମାଧ୍ୟମରେ ବର୍ଷାଦିନେ ପାଣି ନିଷ୍କାସନ ହୋଇଥାଏ । କେତେକ ବ୍ୟକ୍ତି ଏହି ନୟନଯୋରୀକୁ ଅବରୋଧ ଓ ନିର୍ମାଣ କରିଥିବାରୁ ସେହିସବୁ ସ୍ଥାନରେ ଜଳନିଷ୍କାସନ ହୋଇ ପାରୁନାହିଁ । ବିଶେଷ କରି ଜଳେଶ୍ୱର ଅଂଚଳରୁ ଜଳ ନିଷ୍କାସିତ ହୋଇ ନାମ୍ପୋ ଖାଳ, ନାହରା ଖାଳ, ଚିତେଇ ଖାଳ, କପାସିଆ ନାଳ, ଟୋପି ନାଳ ଯୋଗେ ପାଣି ନିଷ୍କାସନ ହୋଇଥାଏ । କିନ୍ତୁ ପ୍ରଶାସନୀକ ଉଦାସୀନତା ଯୋଗୁଁ ଏପରି ଜବର ଦଖଲ ବଢି ଚାଲିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ପଶ୍ଚିମବଂଗର ଉଦ୍‌ବୃତ୍ତପାଣି ସହିତ ସ୍ଥାନୀୟ ବର୍ଷାପାଣି ଆମ୍ବଳିଅଠା ଠାରେ ପାଣି ନିଷ୍କାସନ ହୋଇ ପାରୁନଥିବାରୁ ରୋଆ ଯାଇଥିବା ଧାନଗଛ (ବୁଆଳି) ଗୁଡିକ ପଚିବାକୁ ବସିଲାଣି । ଲଘୁଚାପ ଜନିତ ବର୍ଷ ହେବା ଫଳରେ ୫ଦିନ ଧରି ଏହି ବର୍ଷାପାଣି ନିଷ୍କାସିତ ହୋଇନପାରି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ତେଣୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି ତହସିଲଦାର ଓ ପୁର୍ତ୍ତବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.

16 − 4 =