ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି

0

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଆଇସିସି ଟ୍ରଫି ଜିତିବାରେ ସବୁବେଳେ ବିଫଳ ହେଉଛି । ଦଳର ଏପରି ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ଜାହିର କରିଛନ୍ତି । ଏହାପୂର୍ବରୁ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠୁ ହାରିଥିଲା । ଏହାପରେ ଦଳ ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ଓ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ନ୍ୟୁଜିଲାଣ୍ଡଠୁୁ ହାରିଛି । କୋହଲିଙ୍କ ନାମରେ ଆଇସିସିର ଗୋଟିଏ ହେଲେ ଟ୍ରଫି ନାହିଁ । ଅସନ୍ତୁଷ୍ଟ ପ୍ରଶଂସକମାନେ ଟ୍ୱିଟର ମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କିଛି ୟୁଜର କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ମଧ୍ୟ କରିଛନ୍ତି ।

Leave A Reply

Your email address will not be published.