ରାଜ୍ୟରେ ଟିକାକରଣ ୯୦ଲକ୍ଷ ମୁହାଁ, ଆଜି ପୁରୀରେ ହେବନି ଟିକାକରଣ

0

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକାକରଣ ୯୦ଲକ୍ଷ ମୁହାଁ । ରାଜ୍ୟରେ ଏ ପର୍ଯ୍ୟନ୍ତ ୮୯ଲକ୍ଷ ୪୮ହଜାର ୭୦ଜଣ ଟିକା ନେଇ ସାରିଲେଣି । ତେବେ ରାଜ୍ୟରେ ଦ୍ରୁତ ଟିକାକରଣ ଧିମେଇ ଯାଇଛି । ଗତ କିଛିଦିନ ହେବ ଦୈନିକ ଟିକାକରଣ ୧ଲକ୍ଷ ସଂଖ୍ୟା ପାର୍‌ କରି ନାହିଁ । ରାଜ୍ୟ ସରକାର ଦେ?ନିକ ୩ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିବା କହୁଥିବା ବେଳେ ପ୍ରକୃତ ଲକ୍ଷ୍ୟଠାରୁ ବେଶ୍‌ ଦୂରରେ ରହିଛି । ଆଜିି ପୁରୀ ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ଜିଲ୍ଲାରେ ଟିକାକରଣ କରାଯିବ । ସମୁଦାୟ ୮୩୭ ଟିକାକରଣ ଅଧିବେଶନରେ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାଜ୍ୟରେ ୬୩୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ୭୬,୬୭୩ଜଣ ଟିକା ନେଇଛନ୍ତି । ଏଥିରେ ୧୮-୪୪ବର୍ଗର ୧୫,୯୫୯ଜଣ ପ୍ରଥମ ଓ ୧୧,୪୪୮ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ସେହିପରି ୪୫ବର୍ଷରୁ ଅଧିକ ୩୫,୩୬୮ଜଣ ପ୍ରଥମ ଓ ୧୧,୯୫୬ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ରାଜ୍ୟର ଏବେ ୨୨ଟି ଜିଲ୍ଲାରେ ୧୮-୪୪ବର୍ଗର ଟିକାକରଣ ପାଇଁ ଅନୁମୋଦନ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧ଲକ୍ଷ ୩୯ହଜାର ୪୭୯ଜଣ ପ୍ରଥମ ଡୋଜ୍‌ ନେଇ ସାରିଲେଣି । ଯାହାକି ଏହି ବର୍ଗ ଲୋକସଂଖ୍ୟାର ୬୦ ପ୍ରତିଶତ । ୪୫ବର୍ଷରୁ ଅଧିକ ୪୮ ପ୍ରତିଶତ ଅର୍ଥାତ୍‌ ୫୫ଲକ୍ଷ ୭୨ହଜାର ୫୮୩ଜଣ ପ୍ରଥମ ଓ ୧୧ଲକ୍ଷ ୬୨ହଜାର ୭୬୦ଜଣ ଦ୍ୱିତୀୟ ଡୋଜ୍‌ ନେଇ ସାରିଲେଣି ।

Leave A Reply

Your email address will not be published.

eleven + 5 =