ଓଡ଼ିଶାରେ କେତେ ବାଟ ଅତିକ୍ରମ କରିଛି ଟିକାକରଣ ଅଭିଯାନ

0

ଭୁବନେଶ୍ୱର: ଓଡ଼ିଶାରେ ଟୀକାକରଣ କୁ ସମ୍ପୂର୍ଣ୍ଣ ହୋଇନି ସାତ ମାସ । ହେଲେ ଅଦ୍ୟାବଧି ୧କୋଟି ୨୨ଲକ୍ଷ ୩୬ହଜାର ୪୮୩ ଡୋଜ୍‌ ଟିକା ଦିଆସାରିଛି । ଦେଖିବାକୁ ଗଲେ ଜାନୁଆରୀ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ଟୀକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି କହିଲେ ଅତ୍ୟକ୍ତି ହେବ ନାହିଁ । ରିପୋର୍ଟ ମୁତାବକ,୧କୋଟି ୧୬ହଜାର ୬୩୦ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୨୨ଲକ୍ଷ ୧୯ହଜାର ୮୫୩ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।

ଅନ୍ୟପଟେ, ରବିବାର ସୁଦ୍ଧା ୧କୋଟି ୭ଲକ୍ଷ ୫୩ହଜାର ୨୧ଜଣ କୋଭିସିଲ୍‌ଡ ଟିକା ନେଇଥିବା ବେଳେ ୧୪ଲକ୍ଷ ୮୩ହଜାର ୯୨ଜଣ କୋଭାକ୍ସିନ୍‌ ଟିକା ନେଇଛନ୍ତି। ସେହିପରି ଆଜି ସୁଦ୍ଧା ୬୬ଲକ୍ଷ ୧୦ହଜାର ୬୯୪ଜଣ ପୁରୁଷ ଟିକା ନେଇଥିବା ବେଳେ ୫୬ଲକ୍ଷ ୨୩ହଜାର ୫୭୫ଜଣ ମହିଳା ଟିକା ନେଇଛନ୍ତି।

Leave A Reply

Your email address will not be published.

six + 2 =