ଏହି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ୍

0

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଛି ଟିକା ସଙ୍କଟ । ରାଜ୍ୟକୁ କୋଭିସିଲ୍ଡ ଟିକା କମ୍ ଆସୁଥିବାରୁ ଟୀକାକରଣ ହୋଇ ପାରୁନି । ପର୍ଯ୍ୟାପ୍ତ ଟିକା ନଥିବାରୁ ଆଜି 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ସେ ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା । ଏହାସହ ଆଜି ମାତ୍ର ୫୨୦ଟି କେନ୍ଦ୍ରରେ ଟିକା ଦିଆଯିବ । ଭୁବନେଶ୍ବର ଓ ଗଞ୍ଜାମରେ କୋଭାସ୍କିନ ଟିକା ଦିଆଯାଉଥିବା ବେଳେ ବାକି ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭାକ୍ସିନ୍ ଟିକା ମିଳିବ ।

Leave A Reply

Your email address will not be published.

18 − 9 =