ଆଜି ରାଜ୍ୟର ଏହି ଜିଲ୍ଲାରେ ହେବନି

0

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ଟିକା ର ଅଭାବ । ଟିକା ନ ଥିବାରୁ ଆଜି(ରବିବାର) କେବଳ 4ଟି ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ ହେବ । ଅନ୍ୟ ସବୁ ଜିଲ୍ଲା ଓ ଟୀକାକରଣ କେନ୍ଦ୍ରରେ ସମୂର୍ଣ୍ଣ ବନ୍ଦ ରହିବ ଟିକା ପ୍ରଦାନ ।

ସ୍ବାସ୍ଥ୍ୟବିଭାଗର ସୂଚନା ଅନୁସାରେ, ଗଞ୍ଜାମର 4ଟି, ନବରଙ୍ଗପୁର 4ଟି. ପୁରୀର 3ଟି, ସୁନ୍ଦରଗଡର ଗୋଟିଏ କେନ୍ଦ୍ରରେ ଟିକାଦାନ କରାଯିବ । ବର୍ତ୍ତମାନ ରାଜ୍ୟରେ ମାତ୍ର 41 ହଜାର, 290 ଡୋଜ କୋଭିସିଲ୍ଡ ଓ 3 ଲକ୍ଷ 54 ହଜାର 130 କୋଭାକ୍ସିନ ଟିକା ଉପଲବ୍ଧ ରହିଛି ।ରାଜ୍ୟରେ କେବଳ ଭୁବନେଶ୍ବର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିସିଲ଼୍ଡ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1,33,32,695ଜଣଙ୍କୁ ଟିକା ଦିଆଯାଇଛି । ତେବେ କୋଭିସିଲ୍ଡ ଟିକା ଅଭାବରୁ ଟୀକାକରଣ ବାଧାପ୍ରାପ୍ତ ହୋଇଛି । ଆଗକୁ ଯଦି ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଟିକା ନ ଆସେ ଟୀକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.

ten − 3 =