ଗୋଟିଏ ଦିନରେ ମହିଳାଙ୍କୁ ୩ ଥର କୋଭିଡ ଟିକା

0

ମୁମ୍ବାଇ : ଜଣେ ମହିଳାଙ୍କୁ ଗୋଟିଏ ଦିନରେ ତିନିଥର କୋଭିଡ ଟିକା ଦିଆଯାଇଛି । ଘଟଣାଟି ମହାରାଷ୍ଟ୍ରର ଥାଣେ ସହରରେ ଘଟିଛି । ୨୮ ବର୍ଷୀୟା ଏହି ମହିଳା ଜଣକ ଟିକା ନେବାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ମହିଳାଙ୍କ ବୟାନ ଅନୁଯାୟୀ ପ୍ରଥମ ଡୋଜ ନେଇସାରିଲାପରେ କେହି ତାଙ୍କୁ ଚାଲିଯିବାକୁ କହିନଥିଲେ । ମହିଳାଙ୍କୁ ବସିଥିବା ଦେଖି ଅନ୍ୟ ଜଣେ ନର୍ସ ଆଉ ଗୋଟିଏ ଡୋଜ୍‌ ଦେଇଥିଲେ । ମହିଳା ଜଣକ ପୁଣି ଚୌକିରେ ବସିରହିଥିବାବେଳେ ତୃତୀୟ ନର୍ସ ଆସି ଆଉ ଏକ ଡୋଜ ଦେଇଥିଲେ । ପ୍ରାୟ ୧୦ ମିନିଟ ବ୍ୟବଧାନରେ ୩ଟି ଡୋଜ୍‌ ନେବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ଜ୍ୱର ହୋଇଥିଲା । ମହିଳାଙ୍କ ସ୍ୱାମୀ ଏକଥା ଜାଣିବାପରେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଦେଇଥିଲେ । ଘଟଣା ଜଣାପଡିବାପରେ ସ୍ୱାସ୍ଥ୍ୟ ଅଧିକାରୀ ମହିଳାଙ୍କ ବାସଭବନକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ । ମହିଳାଙ୍କ ରକ୍ତଚାପ ଓ ପଲ୍‌ସ ହାର ଠିକ ଥିବା ସେ କହିଛନ୍ତି । ଅପରପକ୍ଷରେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

10 − 1 =