ଇନ୍ଦୋରରେ କୋଭିଡ୍‌ ଟିକା ନେଲେ ପାକ ଶରଣାର୍ଥୀ

0

ମଧ୍ୟପ୍ରଦେଶରର ଇନ୍ଦୋରରେ ରହୁଥିବା ୫ହଜାର ପାକିସ୍ତାନୀ ଶରଣାର୍ଥୀଙ୍କୁ କରୋନା ଟିକା ଦିଆଯାଇଛି । ପାକିସ୍ତାନୀ ଶରଣାର୍ଥୀଙ୍କ ପ୍ରତିନିଧିତ୍ୱ କରୁଥିବା ହିନ୍ଦୁ ସିନ୍ଧି ସଂଗଠନ ପକ୍ଷରୁ ପ୍ରଶାସନକୁ କୋଭିଡ୍‌ ଟିକାକରଣ ପାଇଁ ଅନୁରୋଧ କରାଯାଇଥିଲା ବୋଲି ଜିଲ୍ଲା ଟିକାକରଣ ଅଧିକାରୀ ଡକ୍ଟର ପ୍ରବୀଣ ଜାଡ଼ିଆ କହିଛନ୍ତି । ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ସେମାନଙ୍କୁ ଟିକା ଦିଆଯାଇଛି । ପାକିସ୍ତାନୀ ଶରଣାର୍ଥୀମାନେ ପାସ୍‌ପୋର୍ଟକୁ ପରିଚୟପତ୍ର ଭାବେ ପ୍ରଦର୍ଶନ କରି ସହରର ଟିକାକରଣ କେନ୍ଦ୍ରରେ ଟିକା ନେଇଥିଲେ । ଆକଳନ ଅନୁଯାୟୀ ପ୍ରାୟ ୫ହଜାର ପାକିସ୍ତାନୀ ଶରଣାର୍ଥୀ ଇନ୍ଦୋରରେ ବସବାସ କରୁଛନ୍ତି । ଉଲ୍ଲେଖଯୋଗ୍ୟ, କୋଭିଡ୍‌ ସଂକ୍ରମଣରେ ଇନ୍ଦୋର ସର୍ବାଧିକ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.