ଆଜି ୬୬ କେନ୍ଦ୍ରରେ ଟିକାକରଣ

0

ଭୁବନେଶ୍ୱର : ଆଜି ରାଜ୍ୟରେ ୬୬ ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରାଯିବ । ଗଞ୍ଜାମରେ ୨, ପୁରୀରେ ୫୭, ରାୟଗଡ଼ାରେ ୩ ଓ ସୁନ୍ଦରଗଡ଼ରେ ୪ ଟି ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହେବ । ବାକି ଅନ୍ୟ ସମସ୍ତ ଜିଲ୍ଲାରେ ଟିକାକରଣ ବନ୍ଦରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟପଟରେ ଶନିବାର ରାଜ୍ୟରେ ୧ଲକ୍ଷ ୧୨ହଜାର ୩୩୦ ଜଣ ଟିକା ଦେଇଛନ୍ତି । ଫଳରେ ମୋଟ୍‌ ଟିକାକରଣ ସଂଖ୍ୟା ୧କୋଟି ୪୦ଲକ୍ଷ ୪୩ହଜାର ୭୦୮ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୧କୋଟି ୯ଲକ୍ଷ ୬ହଜାର ୬୧୮ଜଣ ପ୍ରଥମ ଜୋଡ୍‌ ନେଇଥିଲାବେଳେ ୩୧ଲକ୍ଷ ୩୭ ହଜାର ୯୦ଜଣ ଦ୍ୱିତୀୟ ଟିକା ନେଇଛନ୍ତି । ୩ ଲକ୍ଷ ୩୩ ହଜାର ୨୧୪ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଓ ୨ଲକ୍ଷ ୮୩ ହଜାର ୨୪୭ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟିକା ନେଲେଣି । ସେହିପରି ୩ ଲକ୍ଷ ୧୬ ହଜାର ୪୪୯ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୧ଲକ୍ଷ ୯୨ହଜାର ୪୦୫ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ୧୮ରୁ ୪୪ ବର୍ଷ ମଧ୍ୟରେ ୩୯ଲକ୍ଷ ୨୩ହଜାର ୫୮୯ ପ୍ରଥମ ଡୋଜ ଓ ୨ଲକ୍ଷ ୩୫ ହଜାର ୩୩୧ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ୱ ୬୩ ଲକ୍ଷ ୩୩ହଜାର ୩୬୬ ଜଣ ପ୍ରଥମ ଡୋଜ ଓ ୨୪ ଲକ୍ଷ ୨୬ହଜାର ୧୦୭ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ରାଜ୍ୟରେ ଆଜି ପର୍ଯ୍ୟନ୍ତ ୧୫୩୯ଜଣ ଗର୍ଭବତୀ ଟିକା ନେଇଥିôବା ବିଭାଗୀୟସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

14 + 20 =