ୟୁରୋପୀୟ ଦେଶରେ ଭାରତୀୟ ଟିକାକୁ ମଞ୍ଜୁରୀ

0

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହେଉଥିବା ଟିକାକୁ ୟୁରୋପୀୟ ଦେଶରେ ମଞ୍ଜୁରୀ ମିଳିଲା । ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭିସିଲ୍ଡ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନପାସ ଦେବେ ବୋଲି ନିଷ୍ପତ୍ତି ହୋଇଛି । ଏହି ଦେଶଗୁଡିକ ହେଲେ ଅଷ୍ଟ୍ରିଆ, ଜର୍ମାନୀ, ସ୍‌?ଲୋଭେନିଆ, ଗ୍ରୀସ, ଆଇସଳ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ । ଯେଉଁ ଲୋକମାନେ କୋଭିସିଲ୍‌ଡ ଟିକା ନେଇଥିବେ ସେମାନେ କୋୱିନ ଆପ ମାଧ୍ୟମରେ ପ୍ରମାଣପତ୍ର ଦେଖାଇଲେ ଭିସା ମିଳିବ । ବିଦେଶ ଯିବାକୁ ହେଲେ ଗ୍ରୀନ ପାସର ଆବଶ୍ୟକତା ରହିଛି । ଏହା ସହ ସମ୍ପୃକ୍ତ ଦେଶ କେଉଁ ଟିକା ବ୍ୟକ୍ତିଜଣକ ନେଇଛି ବୋଲି ଜାଣିପାରିବ । ହେଲେ ଆଷ୍ଟ୍ରାଜେନିକା ଟିକା ଭାରତରେ କୋଭିସିଲଡ ନାମରେ ବିକ୍ରି ହେଉଥିଲେ ବି ଏହି ଟିକାକୁ ଅନୁମତି ଦିଆଯାଇ ନଥିଲା । ତେବେ ଭାରତୀୟ ଟିକାକୁ ଗ୍ରହଣ କରାନଯିବା ନେଇ ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତ ଧମକ ଦେଇଥିଲା । କୋଭିସିଲ୍ଡ ଓ କୋଭାକ୍ସିନକୁ ଗ୍ରହଣ ନକଲେ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏହାପରେ ଭାରତୀୟ ଟିକା କୋଭିସିଲଡକୁ ଗ୍ରୀନ ପାସପୋର୍ଟରେ ସାମିଲ କରିବାକୁ ୟୁରୋପୀୟ ମହାସଙ୍ଘ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

four × 3 =