୧୫୦୦ରୁ ଅଧିକ ବଣ୍ଡାଙ୍କୁ ଟିକାକରଣ

0

ବଣ୍ଡାଘାଟିର ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ବଣ୍ଡାଙ୍କୁ ଟିକାକରଣ ହୋଇସାରିଛି । ସଚେତନତା କାର୍ଯ୍ୟ ଯୋଗୁଁ ଏହି ସଫଳତା ମିଳିଛି । ଖୁବ୍‌?ଶୀଘ୍ର ଅନ୍ୟ ବଣ୍ଡାଙ୍କୁ ଟିକା ଦିଆଯିବ । ଟ୍ୱିଟକରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବଣ୍ଡାଘାଟିର ବିଭିନ୍ନ ଅଞ୍ଚଳରେ କୋଭିଡ-୧୯ ଟିକାକରଣ କାର୍ଯ୍ୟ ଜାରି ରହିଛି । ଶୁକ୍ରବାର ସୁଦ୍ଧା ବଣ୍ଡା ଜନଜାତିର ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ଟିକା ନେଇସାରିଛନ୍ତି । ଗାଁ ଗାଁରେ ମେଡିକାଲ ଟିମ୍‌ ବୁଲୁଛି । ଟିକା ଦେବା ସହ ମାସ୍କ, ସାନିଟାଇଜର ବଣ୍ଟନ ଏବଂ ଡାକବାଜି ଯନ୍ତ୍ର ଜରିଆରେ ଟିକା ନେବା ପାଇଁ ସଚେତନତାକୁ ବ୍ୟାପକ କରାଯାଉଛି । ଏହାଦ୍ୱାରା ବାକି ଲୋକମାନେ ଟିକା ନେଇପାରିବେ । ଉଲ୍ଲେଖନୀୟ ଯେ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ବସବାସ କରୁଥିବା ଏହି ଆଦିମ ଜନଜାତିଙ୍କ ସଂଖ୍ୟା ପ୍ରାୟ ୧୨ହଜାର ଥିଲା । ତାହା ଏବେ ବଢ଼ି ପ୍ରାୟ ୧୫ ହଜାର ଭିତରେ ରହିଛି । ବଣ୍ଡା ଜନଜାତି ଉପର ବଣ୍ଡା ଓ ତଳୁଆ ବଣ୍ଡା; ଏଭଳି ଦୁଇଭାଗରେ ବିଭକ୍ତ । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ବଣ୍ଡାଙ୍କର ଆୟୁ କମ୍‌ ଓ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହା ସତ୍ତ୍ୱ ଟିକାକରଣ କାର୍ଯ୍ୟ କରୁଛି ଓଡ଼ିଶା ସରକାରଙ୍କ ସଂସ୍ଥା ‘ବଣ୍ଡା ଉନ୍ନୟନ ପ୍ରକଳ୍ପ’ ।୧୯୭୭ରେ ଏହା ପ୍ରତିଷ୍ଠା ହୋଇଥିଲା ।

Leave A Reply

Your email address will not be published.

fifteen − seven =