ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ଡେଲଟା ଲାଗି ଫଳପ୍ରଦ

0

କୋଭିଡ ଦ୍ୱିତୀୟ ଲହରକୁ ଉଦବେଗଜନକ ସ୍ଥିତିରେ ପହଞ୍ଚାଇଥିବା ଡେଲ୍‌ଟ ଭାରିଆଣ୍ଟର ମୁକାବିଲା କରିବାରେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ଫଳପ୍ରଦ ହେଉଥିବା ଜଣାପଡିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ମତବ୍ୟକ୍ତ କରିଛନ୍ତି । ନିକଟରେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକାର ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏଭଳି ବ୍ୟକ୍ତିଙ୍କ ଶରୀରରେ ଡେଲ୍‌ଟା କିମ୍ବା କାପ୍ପା ଭାରିଆଣ୍ଟ ପ୍ରଭାବଶୂନ୍ୟ ହୋଇପଡୁଥିବା ରିପୋର୍ଟରେ କୁହାଯାଇଛି । ଏପରିକି ଉପରୋକ୍ତ ଟିକାର ଦୁଇଟି ଡୋଜ ନେଇସାରିଥିବା ୯୦ ପ୍ରତିଶତ ବ୍ୟକ୍ତି ପରବର୍ତ୍ତୀ ସମୟରେ କୋଭିଡ ସଂକ୍ରମିତ ହେଲେ ସୁଦ୍ଧା, ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.

eleven + sixteen =