ରାଜ୍ୟରେ ସ୍ୱାସ୍ଥ୍ୟ ଏଟିଏମ ଲଗାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ଉତ୍ତର ପ୍ରଦେଶରେ ଏବେ ପର୍ଯ୍ୟାୟକ୍ରମେ ଅନଲକ କରୁଛନ୍ତି ରାଜ୍ୟ ସରକାର । ୟୁପି ସରକାର ଏକ ନୂଆ ଅନଲକ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ମଲଟିପ୍ଲେକ୍ସ, ସନେମା ହଲ୍‌, ଜିମ ଏବଂ ସ୍ପର୍ଟ୍ସ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଛି । ଆସନ୍ତା ସପ୍ତାହରୁ ଏସବୁ ଖୋଲିବ । ରାଜ୍ୟର କୋଭିଡ୍‌? ସ୍ଥିତି ଅନୁଧ୍ୟାନ କରି ଏହି ଆଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ନୂଆ ଗାଇଡଲାଇନ ଆସାନ୍ତ ୫ ତାରିଖରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟ କୋଭିଡ ପରିଚାଳନା ଟିମ୍‌ ସହିତ ବୈଠକ କରି ଯୋଗୀ ରାଜ୍ୟର ମହାନଗର ଓ ଗ୍ରାମାଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟ ଏଟିଏମ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଲୋକମାନେ ସେମାନଙ୍କର ରକ୍ତଚାପ ମାପି ପାରିବା ସହିତ, ପଲ୍ସ ରେଟ, ବଡି ମାସ୍କ ଇଣ୍ଡେକ୍ସ, ମୋଟାପଣ, ଉଚ୍ଚତା, ଶରୀରର ତାପମାତ୍ରା ଏବଂ ଅକ୍ସିଜେନ ମାତ୍ରା ସହିତ ଅନ୍ୟ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚେକ କରିପାରିବେ । ତେବେ ଏହି ଏଟିଏମକୁ ପରିଚାଳନା କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନଙ୍କୁ ଟ୍ରେନିଂ ଦିଆଯିବା ସହିତ ଖୁବଶୀଘ୍ର ଏନେଇ ପ୍ରସ୍ତୁତି କରିବାକୁ ୟୁପି ମୁଖ୍ୟମନ୍ତ୍ରୀ କୋଭିଡ ପରିଚାଳନା ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

7 − six =