ଉତ୍ତରପ୍ରଦେଶ ସରକାରଙ୍କ ନୂଆ ନିୟମ

0

ୟୁପି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ଉତ୍ତରପ୍ରଦେଶ ଆସୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହ ବୈଠକ କରିବା ପରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ମାର୍ଗଦର୍ଶକ ଜାରି କରିଛନ୍ତି । ଯେଉଁ ସବୁ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତରୁ ଅଧିକ ରହିଛି ସେଠାରୁ ୟୁପି ଯିବାକୁ ହେଲେ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ସଂକ୍ରମଣ ହାର ୩ ପ୍ରତିଶତ ଉପରେ ରହିଛି । ତେଣୁ ଓଡ଼ିଶାର ଲୋକ ଉତ୍ତରପ୍ରଦେଶ ଯିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାକୁ ପଡ଼ିବ । ତା ସହ ଅନ୍ୟ ରାଜ୍ୟର ଲୋକ ଆସିଥିବା ରିପୋର୍ଟ ଆରଟିପିସିଆର ହେବା ସହ ୪ ଦିନରୁ ଅଧିକ ପୂରୁଣା ହୋଇପାରିବ ନାହିଁ । କିନ୍ତୁ ଟିକାର ଦୁଇ ପାନ ନେଇଥିବା ଲୋକଙ୍କୁ ଏଥିରୁ ବାଦ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏହି ନୂଆ ନିୟମ ସଡ଼କ, ଆକାଶ, ରେଳ ମାର୍ଗ ଯାତ୍ରୀଙ୍କ ସମେତ ଘରୋଇ ଗାଡ଼ିରେ ଆସୁଥିବା ଲୋକଙ୍କ ପାଇଁ ଲାଗୁ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

1 × 1 =