ବଜ୍ରାଘାତରେ ୫ ମହିଳାଙ୍କ ସହ ୩୫ ମୃତ

0

ୟୁପି: ଗୋଟିଏ ଦିନରେ ରାଜ୍ୟରେ ବଜ୍ରାଘାତରେ ୫ ମହିଳାଙ୍କ ସମେତ ୩୫ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ଗୋଟିଏ ଦିନରେ ପ୍ରାକୃତିକ ବିପତ୍ତି ଯୋଗୁ ଏତେ ସଂଖ୍ୟକ ମୃତ୍ୟକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ସବୁଠୁ ଅଧିକ ଜୀବନ କାନପୁରରେ ଯାଇଛି । ଏଠାରେ ୫ ଜଣଙ୍କ ସହ ୪୩ ମଇଁଷୀ ମୃତ୍ୟୁବରଣ କରିଛନ୍ତି । ଉତ୍ତରପ୍ରଦେଶରେ ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରାଘାତରେ ଅନେକ ଜୀବନ ନେଇଛି । କୌଶାମ୍ବୀ ଏବଂ ପ୍ରତାପଗଡ଼ରେ ୧୪ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାକୃତିକ ବିପତ୍ତିରେ କାନପୁର ଏବଂ ଆଖପାଖ ଜିଲ୍ଲାରେ ୧୮ ଜଣଙ୍କ ପ୍ରାଣ ଯାଇଛି । ଘାଟମପୁର କ୍ଷେତ୍ରରେ ଜଣେ ଯୁବକଙ୍କ ସମେତ ୪୦ରୁ ଅଧିକ ମଇଁଷୀ ପ୍ରାଣ ହରାଇଛନ୍ତି । ବାନ୍ଦା କୋତବାଲି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ଝିଅର ଜୀବନ ନେଇଛି ପ୍ରାକୃତିକ ବିପତ୍ତି ବଜ୍ରାଘାତ । ସେହିଭଳି ଶିକୋହାବାଦ ଥାନା ଅଞ୍ଚଳରେ ବଜ୍ରାଘାତରେ ୩ ଜଣ କୃଷକ ପ୍ରାଣ ହରାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

seventeen − three =