‘ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିବେକାନନ୍ଦଙ୍କ ବିଚାରକୁ ପ୍ରଧାନମନ୍ତ୍ରୀ ଅନୁସରଣ କରୁଛନ୍ତି’

0

ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଚାରଧାରାକୁ କାର୍ଯ୍ୟରେ ପ୍ରୟୋଗ କରିଛନ୍ତି। ଏଥିସହିତ ମହିଳାଙ୍କୁ ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ୍‌ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହିଳାକୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଯୋଗୁ ଦେଶର ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ପରବର୍ତ୍ତନ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି। ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବାରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଛି।”ସେ ଅହୁରି ଲେଖିଛନ୍ତି-“ଦେଶର ଗରିବ ମହିଳାଙ୍କୁ ୮ କୋଟି ଏଲ୍‌ପିଜି ସିଲିଣ୍ଡର ପ୍ରଦାନ, ଜନଧନ ଓ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ଥିକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି। ଏହାସହ ଦେଶର ୫ କୋଟି ମହିଳାଙ୍କୁ ମାତ୍ର ୧ ଟଙ୍କାରେ ସାନିଟାରି ନ୍ୟାପ୍‌କିନ ଯୋଗାଇବା ଦିଗରେ ମୋଦି ସରକାର ସର୍ବଦା ଆଗୁଆ ରହିଛନ୍ତି। କେବଳ ମହିଳାଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବା ନୁହେଁ, ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେବା ଏବଂ ସଶକ୍ତ କରିବା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ ହୋଇଛି। ବେଟି ବଚାଓ ଓ ବେଟି ପଢାଓ ଓଡ଼ିଶା ସମେତ ଭାରତର ଗ୍ରାମାଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିପାରିଛି।”

ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି। ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି।”

Leave A Reply

Your email address will not be published.