କେନ୍ଦ୍ରର ନୂତନ କୃଷି ଚିଠାକୁ ବିରୋଧ କରି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରାତ ବାଦଲ

0

କୃଷି କ୍ଷେତ୍ରକୁ ଉଦାରିକରଣ କରିବା ଉଦ୍ଦେଶ୍ୟରେ ଆଗତ କୃଷି ଚିଠାକୁ ବିରୋଧ କରି ଗୁରୁବାର ଦିନ ମୋଦୀ ସରକାରରୁ କେନ୍ଦ୍ର ମନ୍ତ୍ରୀ ହରସିମରତ୍ କ‌ୌର୍ ବାଦଲ ଇସ୍ତଫା ଦେଇଛନ୍ତି।କେନ୍ଦ୍ରର କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ପ୍ରତିବାଦପୂର୍ବକ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିବେ ବୋଲି ଶୀରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଲୋକସଭାରେ ଘୋଷଣା କରିବାର ଅଳ୍ପ ସମୟ ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ମୋଦୀ ସରକାରରେ ହରସିମରାତ ବାଦଲ ଥିଲେ ଶୀରୋମଣି ଅକାଳି ଦଳର ଜଣେମାତ୍ର ପ୍ରତିନିଧି। ପଞ୍ଜାବର ଏହି ଦଳ ବିଜେପିର ପୁରାତନ ମିତ୍ର ଦଳ।ମୋଦୀଙ୍କ କ୍ୟାବିନେଟ୍‌ରୁ ସେମାନଙ୍କ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରିନେବା ଲାଗି ଶୀରୋମଣି ଅକାଳି ଦଳର ନିଷ୍ପତ୍ତି ଘୋଷଣା କରିବା ବେଳେ ସୁଖବୀର ବାଦଲ କହିଲେ ଯେ, ଶୀରୋମଣି ଅକାଳି ଦଳ ବିଜେପି ସରକାରଙ୍କୁ ସମର୍ଥନ କରିବ, କିନ୍ତୁ କୃଷକ ବିରୋଧୀ ନୀତିକୁ ବିରୋଧ କରିବ।ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଥିବା ଏହି କୃଷି ଚିଠା ବିରୋଧରେ ଶୀରୋମଣି ଅକାଳି ଦଳ ଭୋଟ୍‌ ଦେଇଥିଲା।

Leave A Reply

Your email address will not be published.

10 − 1 =