୨୩ରୁ ୟୁଏଇ-ଭାରତ ବିମାନ ସେବା ଆରମ୍ଭ

0

ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ । ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁଏଇ-ଭାରତ ମଧ୍ୟରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା । କଟକଣା ହଟିବା ପରେ ୨ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏମିରେଟ୍ସ ପକ୍ଷରୁ କୁହାଯାଇଛି ଯେ ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀ ଦୁବାଇ ଯାଇପାରିବେ । ଏହା ସହ ଯାତ୍ରୀଙ୍କ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.

13 − twelve =