ଭାରତ ସମେତ ୧୪ ଦେଶର ଯାତ୍ରା ଉପରେ କଟକଣା

0

ଦୁବାଇ : କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛି ସଂଯୁକ୍ତ ଆରବ ଅମିରାତ(ୟୁଏଇ) ସରକାର । ୟୁଏଇ ନିଜ ନାଗରିକଙ୍କ ଭାରତ ଓ ପାକିସ୍ତାନ ସହିତ ୧୪ ଦେଶର ଯାତ୍ରା ଉପରେ କଟକଣା ଲଗାଇଛି । ୟୁଏଇ ବୈଦେଶିକ ଓ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରଣାଳୟ ଓ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧୀକରଣ ନିଜ ନାଗରିକଙ୍କ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଭିଏତନାମ, ନାମ୍ବିଆ, ଜାମ୍ବିଆ, କୋଙ୍ଗୋ, ୟୁଙ୍ଗାଡା, ସିଏରା ଲିଓନ, ଲାଇବେରିଆ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ଯାତ୍ରା ଉପରେ କଟକଣା ଲଗାଇଛି । ଏକ ଗଣମାଧ୍ୟମ ବିବୃତ୍ତିରେ କୁହାଯାଇଛି ଯେ, ଉପରୋକ୍ତ ଦେଶଗୁଡିକୁ କେବଳ ୟୁଏଇର ରାଜଦୂତ, ଜରୁରୀକାଳୀନ ମାମଲାର ଅଧିକାରୀ, ସରକାରୀ ପ୍ରତିନିଧିମଣ୍ଡଳ ଏବଂ ପୂର୍ବରୁ ଅଧିକୃତ ଉଦ୍‌ୟୋଗପତି ଓ ବୈଷେୟିକ ଦଳ ୟୁଏଇ ଯାତ୍ରା କରି ପାରିବେ । ସାଧାରଣ ଯାତ୍ରୀଙ୍କ ଉପରୋକ୍ତ ଦେଶକୁ ଯାତ୍ରା ପାଇଁ କଟକଣା ଲଗାଇଛନ୍ତି ସେଠାକାର ସରକାର ।

Leave A Reply

Your email address will not be published.

sixteen − twelve =