ଓଡ଼ିଆ ଝିଅ ବିଶ୍ୱରୂପାଙ୍କୁ ୟୁଏଇର ଗୋଲଡେନ ଭିସା

0

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇ ଗୋଲଡେନ ଭିସା ପ୍ରଦାନ କରିଛି । ଏହି ଭିସା ମିଳିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ ।
ୟୁଏଇ ଏହି ୨୦୧୯ରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିଥିଲା । ସୂଚନା ଅନୁଯାୟୀ ଏହି ଭିସା ୫ କିମ୍ବା ୧୦ ବର୍ଷ ପାଇ ଜାରି କରାଯାଇଥାଏ । ଗୋଲ୍‌ଡେନ ଭିସା ସ୍ୱଂୟ ନବୀକରଣ ହୋଇଥାଏ । ଅର୍ଥାତ ଏହାକୁ ପାଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଏହାକୁ ରିନ୍ୟୁଆଲ କରିବାକୁ ପଡିନଥାଏ । ମହାନ୍ତି ପ୍ରଥମ ଓଡ଼ିଆ କଳାକାର ଯାହାଙ୍କୁ ଗୋଲଡେନ ଭିସା ମିଳିଛି । ବିଶ୍ୱରୂପା ୨୦୦୭ରୁ ଦୁବାଇରେ ରହୁଛନ୍ତି । ସେ ପ୍ରାୟ ୮ ବର୍ଷ ଧରି ଶିକ୍ଷା ଓ ଡିଜାଇନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.

four + 7 =