୨ ଆତଙ୍କବାଦୀ ନିପାତ୍

0

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ସୋପାରରେ ଆଜି ସେନା-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କ ପ୍ରାଣ ନେଇଛନ୍ତି । ଏହି ଦୁଇ ଆତଙ୍କୀ ଲସ୍କର-ଏ-ତୋଇବା ସଂଗଠନର ବୋଲି ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ଖବରରୁ ଜଣାଯାଇଛି, ଜଣେ ଆତଙ୍କୀର ପରିଚୟ ମିଳିଛି, ଯାହାର ନାଁ ଫୟାଜ ବାର। ଫୟାଜ ଉତ୍ତର କଶ୍ମୀର ହିଂସାରେ ସଂପୃକ୍ତ ଥିଲେ। ନିହତ ଆତଙ୍କୀଙ୍କ ପାଖରୁ ବିପୁଳ ମାରଣାସ୍ତ୍ର ଏବଂ ବିସ୍ଫୋଟକ ଜବତ କରାଯାଇଛି। ତେବେ ଏହି ଇଲାକାରେ ଅଧିକ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରି ସୁରକ୍ଷାକର୍ମୀ ଛାନଭିନ ଚଳାଇଛନ୍ତି।

କଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁଯାୟୀ, ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୨ ଆତଙ୍କୀଙ୍କୁ ଏନକାଉଣ୍ଟରରେ ନିପାତ କରାଯାଇଛି। ଏମାନଙ୍କ ମଧ୍ୟରୁ ଫୟାଜ ବାର ସାଧାରଣ ନାଗିରକ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା। ଏହାବ୍ୟତୀତ ଉତ୍ତର କଶ୍ମୀର ହିଂସାରେ ମଧ୍ୟ ସେ ସଂପୃକ୍ତ ଥିଲା।
ପୋଲିସ ସୂତ୍ରରୁ ଖବର ମିଳିଥିଲା ସୋପାରର ବାରପୋରା ଗ୍ରାମରେ ଜଣେ ଆତଙ୍କୀ କମାଣ୍ଡର ଓ ତାଙ୍କ ସାଥୀ ଲୁଚି ରହିଛି। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା।

Leave A Reply

Your email address will not be published.

nine − one =