କକାଙ୍କୁ କୂଅକୁ ଠେଲିଦେଲେ 2 ପୁତୁରା

0

ରକ୍ତ ସମ୍ପର୍କ ପୁଣି ଏତେ କ୍ରୁର ହୋଇପାରେ! ଜମିଜମା ବିବାଦକୁ ନେଇ କକାଙ୍କୁ କୂଅ ଭିତରକୁ ଠେଲିଦେଲେ ଦୁଇ ପୁତୁରା। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ଥାନା ସାନଗମଡା ଗାଁରେ ଘଟିଛି। ବଙ୍ଗମୁଣ୍ଡା ଥାନା ସାନଗମଡା ଗାଁରେ କୁମ୍ଭାର ପରିବାର ଭିତରେ ଜମିଜମା ବିବାଦ ଲାଗି ରହିଥିଲା। ଆଜି ସକାଳେ ମୁକୁନ୍ଦ କୁମ୍ଭାରଙ୍କ ମୂଲିଆ ହଳ କରିବା ପାଇଁ ଯାଇଥିଲେ। ଯାହାକୁ ତାଙ୍କ ବଡ଼ ସୁବାସ ଓ ପୁଅମାନେ ବିରୋଧ କରିଥିଲେ। ଯେଉଁଥିପାଇଁ ମୂଲିଆ ହଳ ନକରି ଘରକୁ ଫେରି ଆସିଥିଲେ। ଏ ସମ୍ପର୍କରେ ମୁକୁନ୍ଦ ଜାଣିପାରି ସୁବାସଙ୍କ ଘରକୁ ଯାଇଥିଲେ। ସେଠାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁବାସଙ୍କ ଦୁଇ ପୁଅ ମୁକୁନ୍ଦଙ୍କୁ ଘର ପାଖରେ ଥିବା ଶୁଖିଲା କୂଳ ଭିତରକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ମୁକୁନ୍ଦଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ମୁକୁନ୍ଦଙ୍କୁ ତାଙ୍କୁ ପୁଅ ଓ ସାହି ପଡ଼ିଶା କୂଅରୁ ଉଦ୍ଧାର କରି ବଙ୍ଗମୁଣ୍ଡା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଣ୍ଟାବାଞ୍ଜି, ପରେ ବଲାଙ୍ଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ଥିବା ତାଙ୍କ ପୁଅ ହିମାଂଶୁ କହିଛନ୍ତି। ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Leave A Reply

Your email address will not be published.

18 − 14 =