ବିଦ୍ୟୁତ୍ ଆଘାତରେ ଦୁଇ ମୃତ

0

ଭୁବନେଶ୍ୱର: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଗୋଟିଏ ଦିନରେ ୨ଟି ପୃଥକ ବିଦ୍ୟୁତ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛ । ରାମଚନ୍ଦ୍ରପୁର ଥାନା ଅଳତି ଗ୍ରାମରେ ଡ୍ରେସ୍ ଆଇରନ କରୁଥିବା ସମୟରେ ଜଣେ ମହିଳାଙ୍କୁ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ମୃତକ ମହିଳା କ୍ଷମାକର ସାହୁଙ୍କ ପତ୍ନି ତିଳୋତମା.

ସେହିପରି ଘଷିପୁରା ଥାନା ଗୋହିରା ଗ୍ରାମର ଯୁବକ କାହ୍ନା ନାୟକ ମୋବାଇଲ୍ ଚାର୍ଜ କରିବାକୁ ବିଦ୍ୟୁତ ତାର ସଜାଡିବା ସମୟରେ କରେଣ୍ଟ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ଉଭୟ ମୃତଦେହକୁ ସ୍ଥାନିୟ ପୋଲିସ୍ ଜବତକରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତର ଡାକ୍ତରଖାନା ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

1 × 2 =