ମୁଣ୍ଡ ନୁଆଁଇଲା ଟ୍ୱିଟର : କେନ୍ଦ୍ର ସରକାରଙ୍କ ନୂଆ ନିୟମ ମାନିବାକୁ ପ୍ରସ୍ତୁତ

0

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ପାଇଁ ଭାରତ ସରକାର ଜାରି କରିଥିବା ନୂଆ ନିୟମକୁ ପାଳନ କରିବା ଲାଗି ଆମେ ସବୁ ପ୍ରକାର ଉଦ୍ୟମ କରୁଛୁ ବୋଲି ସୋସିଆଲ ମିଡିଆ କମ୍ପାନି ଟ୍ୱିଟ୍‌ର ପକ୍ଷରୁ କୁହାଯାଇଛି। କମ୍ପାନୀ ଜଣାଇଛି ଯେ ବର୍ତ୍ତମାନର ଜରୁରୀକାଳୀନ ସମୟରେ ଲୋକମାନେ ଯେଭଳି ଭାବ ବିନିମୟ କରିପାରିବେ ସେଥିପାଇଁ ପ୍ଲାଟଫର୍ମ ଯୋଗାଇ ଦେଇ ଭାରତର ଲୋକମାନଙ୍କୁ ସେବା ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ। ନୂଆ ନିୟମକୁ ଫେସବୁକ୍‌, ଗୁଗୁଲ୍‌ ଭଳି ସଂସ୍ଥା ପାଳନ କରିଥିବା ବେଳେ ଟ୍ୱିଟର୍‌ କିନ୍ତୁ ବିଳମ୍ବ କରୁଛି। ଭାରତ ସରକାର ଓ ଟ୍ୱିଟର୍‌ ଭିତରେ ଶୀତଳଯୁଦ୍ଧ ଚାଲିଥିଲା। କେନ୍ଦ୍ର ସରକାର ଟ୍ୱିଟରକୁ ନିୟମ ନମାନିଲେ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ କମ୍ପାନୀ ଆଇଟି ନିୟମ ମାନିବାକୁ ରାଜି ହୋଇଥିଲା। ଟ୍ୱିଟର ଲେଖିଥିଲେ ଚିଠିରେ କହିଛି ଯେ, ନୂଆ ନିୟମ ସହ ଜଡିତ ସମସ୍ତ ତଥ୍ୟ ସପ୍ତାହ ମଧ୍ୟରେ ସରକାରଙ୍କୁ ପ୍ରଦାନ କରାଯିବ। କମ୍ପାନୀ ସରକାରଙ୍କ ନୂଆ ଗାଇଡଲାଇନ୍‌ ପାଳନ କରିବାକୁ ପ୍ରୟାସ କରୁଛି । କିନ୍ତୁ କରୋନା ସମୟରେ ଏହା ସାମାନ୍ୟ ପ୍ରଭାବିତ ହୋଇଛି।

Leave A Reply

Your email address will not be published.

five × 4 =