ଜେଲରେ ଟିଭି ଦେଖି ପାରିବେ ରେସଲର ସୁଶୀଲ କୁମାର

0

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ବନ୍ଦୀ ଥିବା ରେସଲର ସୁଶୀଲ କୁମାର ଟିଭିରେ ଟୋକିଓ ଅଲିମ୍ପିକ ଦେଖିପାରିବେ । ତିହାଡ଼ ଜେଲ ପ୍ରଶାସନ ସୁଶୀଲ କୁମାରଙ୍କର ୱାର୍ଡର କମନ ଏରିଆରେ ଟିଭି ଲଗେଇବାକୁ ଅନୁମତି ଦେଇଛନ୍ତି । ସୁଶାଲ କୁମାର ଟିଭିରେ ଅଲିମ୍ପିକ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜେଲର ଡିଜିଙ୍କ ଅନୁସାରେ, ରେସଲର ସୁଶୀଲ କୁମାରଙ୍କୁ ତିହାଡ଼ ଜେଲରେ ତାଙ୍କର ୱାର୍ଡର କମନ ଏରିଆରେ ଅନ୍ୟ କଏଦୀଙ୍କ ସହ ଟିଭି ଦେଖିବାକୁ ଅନୁମତି ଦିଆଯାଇଛି । ସୁଶୀଲ କୁମାର, ସାଗର ଧନଖଡ଼ଙ୍କର ଅପହରଣ ଓ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି ।

Leave A Reply

Your email address will not be published.

18 + 6 =