୧୮,୦୦୦ ଅଲିମ୍ପିକ୍ସ କର୍ମୀ ଓ ସ୍ୱେଚ୍ଛାସେବୀଙ୍କ ଲାଗି ଟିକାକରଣ

0

ରେଫରି ଏବଂ ସ୍ୱେଚ୍ଛାସେବୀଙ୍କ ସମେତ ପ୍ରାୟ ୧୮,୦୦୦ ଟୋକିଓ ଅଲିମ୍ପିକ୍ସ କର୍ମଚାରୀଙ୍କୁ ଟିକାକରଣ କରାଯିବ ବୋଲି ଆୟୋଜକମାନେ କହିଛନ୍ତି । ଟୋକିଓ ଅଲିମ୍ପିକ୍ସ ମାତ୍ର ୬ ସପ୍ତାହ ଥିଲାବେଳେ କରୋନା ମହାମାରୀ ଯୋଗୁଁ ଏହାର ସୁରକ୍ଷିତ ଆୟୋଜନ ନେଇ କିଛି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଆୟୋଜକ ଟିକାକରଣ ବ୍ୟବସ୍ଥା କରି ପ୍ରତିଯୋଗିତା ସୁରକ୍ଷିତ ସହ ଆୟୋଜନ ନେଇ ଆତ୍ମବିଶ୍ୱାସ ବଢାଇବାକୁ ଚେଷ୍ଟା କରିଛନ୍ତି । ସଂପ୍ରତି ଜାପାନର ଟିକାକରଣ କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲିଛି । ଜନସଂଖ୍ୟାର ୪ ପ୍ରତିଶତରୁ ଅଧିକ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲାବେଳେ ପାଖାପାଖି ୧୩ ପ୍ରତିଶତ ଲୋକଙ୍କର ପ୍ରଥମ ଡୋଜ ଦିଆସରିଛି । ଅଲିମ୍ପିକ୍ସରେ ସାମିଲ ହେବାକୁଥିବା ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ଆସନ୍ତା ୧୮ ତାରିଖରୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯିବ । ପ୍ରତିଯୋଗିତା ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିଲାବେଳେ ଏହା ପୂର୍ବରୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବ ବୋଲି ଟୋକିଓ ୨୦୨୦ ମୁଖ୍ୟ ସିଏକୋ ହାସିମୋତୋ କହିଛନ୍ତି ।

Leave A Reply

Your email address will not be published.

5 × two =