ଆଜି ରାଜ୍ୟରେ ୩୯୯୬ କରୋନା ସଂକ୍ରମିତଙ୍କ ଚିହ୍ନଟ

0

ରାଜ୍ୟରେ ୩୯୯୬  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୬୩୭ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା କମିବା ନାଁ ଧରୁ ନ ଥିବା ବେଳେ ଆଜି ବି ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ  କଟକରୁ ୩୫୪, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧,  କେନ୍ଦ୍ରାପଡ଼ାରୁ ୧୩୦, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକ ଜିଲ୍ଲାରୁ ୧୧୨ ଓ ନୂଆପଡ଼ାରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

1 + 1 =