ଭୟଙ୍କର ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ

0

ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ଭୟାନକ ବିସ୍ଫୋରଣରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ଏପରିକି ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍‌ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା।

Leave A Reply

Your email address will not be published.

one × two =