ତେଲ ଦର ବୃଦ୍ଧି ନେଇ ଆନ୍ଦୋଳନ କରିବ ଟିଏମସି

0

କୋଲକାତା: ଦେଶରେ ହୁ ହୁ ବଢୁଛି ତେଲ ଦର । ଲିଟର ପିଛା 100 ଟପିଲାଣି ଦର । ଏପରି ଅହେତୁକ ଦର ବୃ୍ଦ୍ଧି ନେଇ ସାଧାରଣ ଲୋକଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଦର ବୃଦ୍ଧି ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ମୁଣ୍ତ ଟେକିବାକୁ ଲାଗିଲାଣି । ତୈଳ ଦର ବୃଦ୍ଧି ବିରୋଧରେ ଜୁଲାଇ 10 ଓ 11ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ TMC ।

କୋରୋନାର ସମସ୍ତ ଗାଇଡଲାଇନ ପାଳନ କରି ଏହି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ । ତେଲ ଦର ବୃଦ୍ଧିକୁ ପ୍ରତିବାତ କରି ରାଜ୍ୟର ସମସ୍ତ ବ୍ଲକ, ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏପରି ତେଳ ଦର ବୃଦ୍ଧି ସାଧାରଣ ଲୋକଟିକୁ ଦୁଃଖ ଦେଉଛି । ମେ ମାସରେ ଆଠ ଥର ତେଲ ଦର ବଢିଥିବାବେଳେ ଜୁନ ମାସରେ ଛଅ ଥର ବଢିଛି ବୋଲି କହିଛନ୍ତି ମମତା । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ ଓ ଡିଜେଲ ଉପରେ ଥିବା ଟିକସ ଛାଡ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମମତା ବାନାର୍ଜୀ । ତେଳ ଉପରୁ କର ଛାଡ ହେଲେ ସାଧାରଣ ଲୋକଟିକୁ ସାମାନ୍ୟ ଆଶ୍ବସ୍ତି ମିଳି ପାରନ୍ତା ବୋଲି କହିଛନ୍ତି ମମତା ବାନାର୍ଜୀ ।
କୋରୋନା ମହାମାରୀ ସମୟରେ ଦେଶରେ କେବଳ 2020-21ରେ ତୈଳ ଉତ୍ପାଦନକୁ 3.71ଲକ୍ଷ କୋଟି ରାଜସ୍ବ ଆଦାୟ ହୋଇଥିବା ଅଭିଯୋଗ କରିଛନ୍ତି ମମତା । ଗତ 6ବର୍ଷ ହେବ ବିଜେପି ନେତୃତ୍ବାଧୀନ ସରକାର 2014-15ରୁ 370 ପ୍ରତିଶତ କର ଆଦାୟ କରିଛି । ଏହା ପରେ ବି ପୁଣି ବଢିଚାଲିଛି ଦର ଯାହା ନିଷ୍ଠୁରତା ବୋଲି କହିଛନ୍ତି ମମତା ।

Leave A Reply

Your email address will not be published.

12 + 8 =