ବାଘ ଛାଲ ଜବତ, ଜଣେ ଅଟକ

0

ସଇଁନ୍ତଳା: ବଲାଙ୍ଗିର ଡିଏଫଓ ସମୀର ସତପଥିଙ୍କ ନେତୃତ୍ୱରେ ସଇଁନ୍ତଳା ବ୍ଳକ କଅଁସର ଗ୍ରାମର ବିଶ୍ୱାମିତ୍ର ରଣାଙ୍କ ଘରୁ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲର ଲମ୍ବା ୨.୬ ଫୁଟ ଥିବା ବେଳେ ଓଜନ ପ୍ରାୟ ୩କେଜି ବୋଲି ଜଣାପଡ଼ିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ବାଘକୁ ଦୁଇ ସପ୍ତାହ ଦିନ ଭିତରେ ତାକୁ ମରାଯାଇଥାଇ ପାରେବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରୁଛି । ଚଢ଼ଉ ସମୟରେ ଘରେ ଥିବା ନୀଳକଣ୍ଠ ସାହୁଙ୍କ ପୁଅ ବିନୋଦ ସାହୁଙ୍କୁ ବନ ବିଭାଗ ଅଟକ ରଖିଛି । ଅନ୍ୟପଟେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବିଶ୍ୱାମିତ୍ର ରଣା ଫେରାର ହୋଇଯାଇଛି । କଅଁସର ଗ୍ରାମର ବିଶ୍ୱାମିତ୍ର ରଣା ବାଘଛାଲ ଚୋରାଚାଲାଣ କରୁଥିବା ସମ୍ପର୍କରେ ଡିଏଫଓ ଶ୍ରୀ ଶତପଥି ଖବର ପାଇ ଚଢ଼ଉ ପାଇଁ ଯୋଜନା କରିଥିଲେ । ଡିଏଫଓଙ୍କ ନେତୃତ୍ୱରେ ବିଭିନ୍ନ ରେଞ୍ଜ ଏବଂ ମୋବାଇଲ ୟୁନିଟକୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ପରେ ଉକ୍ତ ଗ୍ରାମକୁ ଚଢ଼ଉ ପାଇଁ ଯାଇଥିଲା ।

Leave A Reply

Your email address will not be published.

17 − ten =