ଦୂତୀଙ୍କୁ ଟୋକିଓ ଅଲିମ୍ପିକ ଟିକେଟ

0

ଭୁବନେଶ୍ୱର: ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସରେ ଭାଗନେବାକୁ ଦୂତୀ ଯୋଗ୍ୟ ହୋଇଛନ୍ତି । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ତାଙ୍କୁ ଚୟନ କରାଯାଇଛି । ଦୂତୀ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିବାପରେ ରାଜ୍ୟ ସରକାରଙ୍କ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ଲାଗି ଗୌରବ ଆଣି ପାରିଥିବାରୁ ବହୁତ ଖୁସି ବୋଲି ଦୂତୀ କହିଛନ୍ତି । ସୂଚନାଥାଉକି, ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି ଚାନ୍ଦ । ସେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ପୂରଣ କରିଥିଲେ । ନିଟକରେ ଦୂତି ମାତ୍ର ୦.୦୨ ସେକେଣ୍ଡ ପାଇଁ ଟୋକିଓ ଟିକେଟରୁ ବଞ୍ଚିତ ହୋଇଥିଲେ । ହେଲେ ବିଶ୍ୱ ରାଙ୍କିଂ ଆଧାରରେ ଦୂତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି । ଦୂତି ବିଶ୍ୱର ୧୦୦ ମିଟର ବିଭାଗରେ ୪୪ ନମ୍ବର ଥିବାବେଳେ ୨୦୦ ମିଟର ବିଭାଗରେ ୫୧ ନମ୍ବର ସ୍ଥାନରେ ଅଛନ୍ତି । ଜୁଲାଇ ୨୩ରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ ।

Leave A Reply

Your email address will not be published.

three × five =