ଅକ୍ଟୋବର ରୁ ସିନେମା ଘରେ ଏହି ଫିଲ୍ମ

0

ମୁମ୍ବାଇ: ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମାଘର ଖୋଲାଯିବ । ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଫିଲ୍ମମେକରମାନେ ସେମାନଙ୍କ ଫିଲ୍ମ ରିଲିଜ ନେଇ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଦେଇଛି । ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଦୀପାବଳୀରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ପୂର୍ବରୁ ତାଙ୍କର ଆଉ ଏକ ଫିଲ୍ମ ପୃଥ୍ୱୀରାଜ ମଧ୍ୟ ୫ ନଭେମ୍ବରକୁ ରିଲିଜ କରିବା ପାଇଁ ଯୋଜନା କରାଯାଇଛି ।

ତେବେ ଅକ୍ଷୟ ତାଙ୍କ ୨ଟି ଯାକ ଫିଲ୍ମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହାନ୍ତି । ଖୁବ୍ ଶୀଘ୍ର ଏ ନେଇ ଆଲୋଚନା କରାଯିବ ବୋଲି ରାଜ ବଂଶଲ କହିଛନ୍ତି । ତେବେ ସେ ଯାହା ହେଉ ଏଥର ଦୀପାବଳୀରେ ପୋଲିସ ରାଜୁତି ନିଶ୍ଚିତ ଭାବେ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

10 + eight =