ଗାଇଡ ଲାଇନ୍ ମାନିଲେ ଆସିବ ୩ୟ ଲହର

0

ଭୁବନେଶ୍ୱର:କରୋନା ସଂକ୍ରମଣର ପ୍ରଭାବ ରାଜ୍ୟରେ କମୁଥିଲେ ହେଁ ସନ୍ତୋଷଜନକ ନୁହେଁ । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲାଗି ପାରୁନି ରୋକ । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ଆଜି ୫୯ ଜଣ କରୋନା ରୋଗୀ ଆଖି ବୁଜିଥିବା ଜଣାଯାଇଛି । ଅନ୍ୟପକ୍ଷେ ଦେଶରେ ଭାକ୍ସିନେଶନ ପକ୍ରିୟା ଚାଲିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମୁନି । ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ୍ ଦଶମିକ ୧୩ ପ୍ରତିଶତ ରହୁଥିବା ଜଣାଯାଇଛି । ଏନେଇ ମଲ୍ଟିପୁଲ୍ ଷ୍ଟଡି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହାସହ ଗର୍ଭବତୀ ମହିଳାଙ୍କ ଭ୍ୟାକ୍ସିନେସନ୍ ପାଇଁ ନିର୍ଦ୍ଦିଷ୍ଟ ଏସ୍‌ଓପି ଅଛି । ଛୁଆ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ଆମେ ଧୀରେ ଧୀରେ ଏସ୍‌ଓପି ଆଧାରରେ ଯିବୁ ବୋଲି ସେ ସୂଚନା ଦେଇଛନ୍ତି । ତେବେ କରୋନା ଗାଇଡ ଲାଇନ୍ ଲୋକ ମାନୁନଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଥିବା ନେଇ ସେ ପୁଣି ସତର୍କ କରାଇଛନ୍ତି । ତୃତୀୟ ଲହରୀ ସେପ୍ଟେମ୍ୱର ଆଡ଼କୁ ହବ ବୋଲି ଅନୁମାନ କରାଯାଉଥିଲା । ଯଦି ଏଭଳି ଅବସ୍ଥା ଲାଗି ରହେ ତେବେ ଆଗରୁ ମଧ୍ୟ ତୃତୀୟ ଲହର ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି ।

Leave A Reply

Your email address will not be published.

six − four =