ଏହି ଜିଲ୍ଲାଗୁଡିକ ହୋଇପାରେ ଅନ୍ ଲକ୍

0

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଚି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଂଶିକ ଲକଡାଉନର ଅବଧି ଆସନ୍ତା ୧୬ ତାରିଖ ସକାଳ ୫ଟାରେ ସମାପ୍ତ ହେବ । ତେଣୁ କୋଭିଡ୍ କଟକଣା ନେଇ ସରକାରଙ୍କର କ’ଣ ଆଭିମୁଖ୍ୟ ରହିବ, ତାହାକୁ ନେଇ ଜନସାଧାରଣ ଚାହିଁ ରହିଛନ୍ତି । ତେବେ ଏହି ଅବସରରେ ଡିଏମଇଟି ପ୍ରଫେସର ସିବିକେ ମହାନ୍ତିଙ୍କ ମତାମତ ଅନଲକ୍ ଆଡ଼କୁ ଇସାରା କରୁଥିବା ଜଣାପଡ଼ିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ କମିବାରେ ଲାଗିଛି । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଥିବାରୁ ଏହି ଦୁଇଟି ଜିଲ୍ଲାକୁ ବିଶେଷ ଫୋକସ୍ କରାଯାଇଛି । ତେବେ ଏହି ଦୁଇ ଜିଲ୍ଲାକୁ ବାଦଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ଅନଲକ ଘୋଷଣା କରିପାରନ୍ତି । ସଂକ୍ରମଣ ଓ ପଜିଟିଭ୍ ହାରକୁ ତର୍ଜମା କରି ସରକାର ଅନଲକ୍ ଘୋଷଣା କରିବେ । ତେବେ ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ସମ୍ବଲପୁର, ନୟାଗଡ଼, ପୁରୀ, ରାୟଗଡ଼ା, ମାଲକାନଗିରି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଆଦି ୧୭ଟି ଜିଲ୍ଲାରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

1 × 1 =