ଆଜିଠୁ ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ

0

ଆଜିଠାରୁ ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ ଖେଳାଯିବ । ବ୍ରିଷ୍ଟଲ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ମିତାଲି ରାଜଙ୍କ ଦଳ । ଦୀର୍ଘ ୭ ବର୍ଷ ପରେ ଭାରତୀୟ ଦଳ ଏକ ଟେଷ୍ଟ୍‌ ମ୍ୟାଚ ଖେଳିବାକୁ ଯାଉଛି । ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୪ ମସିହାରେ ମହୀଶୂରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଟେଷ୍ଟ୍‌ ମ୍ୟାଚ ବିଜୟ ପାଇଥିଲା । ତେବେ ଲାଲ୍‌ ବଲ୍‌ କ୍ରିକେଟ୍‌ ଖେଳିବାରେ ଭାରତୀୟ ଖେଳାଳି ଅଭ୍ୟସ୍ତ ନଥିବାରୁ ଏହା ଚିନ୍ତାର କାରଣ ରହିଛି । କାରଣ ଭାରତୀୟ ଘରୋଇ କ୍ରିକେଟ୍‌ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଖସଡା ନାହିଁ । ଅଧିନାୟିକା ମିତାଲି ରାଜଙ୍କ ସହିତ ଉପ ଅଧିନାୟିକା ହର୍ମନପ୍ରୀତ୍‌ କୌର, ସ୍ମୃତି ମନ୍ଧାନା, ଝୁଲଣ ଗୋସ୍ୱାମୀ ପ୍ରମୁଖ ମଧ୍ୟ ଲାଲ୍‌ ବଲ୍‌ କ୍ରିକେଟ ଲମ୍ବା ସମୟ ଧରି ଖେଳିନାହାନ୍ତି । ମହିଳା ଦଳ ବ୍ରିଷ୍ଟଲରେ ନେଟ୍ସ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି । ଖେଳାଳିମାନେ ଭଲ ତାଲିମ ନେଇଛନ୍ତି ଏବଂ ଶାଣୀତ ରହିଛନ୍ତି । କିନ୍ତୁ ଦିନିକିଆ ହେଉ କି ୪ ଦିନିଆ ଅଭ୍ୟାସ ମ୍ୟାଚର ବିକଳ୍ପ ନାହିଁ ବୋଲି ବିସିସିଆଇ ପ୍ରକାଶ କରିଛି । ଏହା ଏକ ୪ ଦିନିଆ ମ୍ୟାଚ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ପଡିଆରେ କ୍ଷେତ୍ରରକ୍ଷଣ କରିବା ଓ ଲମ୍ବା ସ୍କେଲ ବୋଲିଂ କରିବାକୁ ପଡିବ । ନେଟ୍ସରେ ବି ଆମେ ସେଭଳି ଚାପ ନେଇ ଖେଳିଥିଲୁ ବୋଲି ହର୍ମନପ୍ରୀତ୍‌ କୌର ପ୍ରକାଶ କରିଛନ୍ତି । ଅଜିଙ୍କ୍ୟ ରାହାଣେଙ୍କଠାରୁ ପରାମର୍ଶ ପାଇବା ପରେ ଭାରତୀୟ ମହିଳା ଦଳ ମଧ୍ୟ ଏହି ଟେଷ୍ଟ୍‌ ଲାଗି ମାନସିକ ଭାବେ ପ୍ରସ୍ତୁତ ବୋଲି ହର୍ମନପ୍ରୀତ୍‌ କହିଛନ୍ତି ।
ମହିଳା ଭାରତୀୟ ଦଳ: ମିତାଲି ରାଜ (ଅଧିନାୟିକା), ସ୍ମୃତି ମନ୍ଧାନା, ହର୍ମନପ୍ରୀତ୍‌ କୌର (ଉପ ଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍‌ବେଜ, ସେଫାଳି ବର୍ମା, ସ୍ନେହ ରଣା, ତାନିଆ ଭାଟିଆ (ୱିକେଟ କିପର), ଇନ୍ଦ୍ରାଣୀ ରୟ, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତି ରେଡ୍ଡୀ, ପୁନମ ୟାଦବ, ଏକତା ବିସ୍ତ, ରାଧା ୟାଦବ ।

Leave A Reply

Your email address will not be published.

13 + 9 =