ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ନମ୍ବର

0

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ବିଜୟ ସହ ଭାରତକୁ ଗାଦିଚ୍ୟୁତ କରି ଏକ ନମ୍ବର ଟେଷ୍ଟ ଦଳର ମାନ୍ୟତା ହାସଲ କରିଛି ନ୍ୟୁଜିଲାଣ୍ଡ । ଆସନ୍ତା ୧୮ରେ ସାଉଥହମ୍ପଟନରେ ଭାରତ ବିପକ୍ଷ ୱାଲର୍ଡ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପୂର୍ବରୁ ଦଳର ମନୋବଳ ବୃଦ୍ଧି ପାଇଛି । ୧୨୩ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ପହଞ୍ଚିଥିବା ବେଳେ ୧୨୧ ପଏଣ୍ଟ ସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି । ଏଥିସହ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି । ୧୯୯୯ ପରେ ଇଂଲଣ୍ଡରେ ପ୍ରଥମ ଥର ପାଇଁ ସିରିଜ ବିଜୟ ଲାଭ କରିଥିବା ନ୍ୟୁଜିଲାଣ୍ଡ ର‍୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ପ୍ରଥମ ସ୍ଥାନରେ ପହଞ୍ଚିଛି ।

Leave A Reply

Your email address will not be published.