ଦାଉ ଦାଉ ହୋଇ ଜଳୁଛି ଭାରତ : ବଢ଼ିବାରେ ଲାଗିଛି ତାପମାତ୍ରା

0

ଦିନକୁ ଦିନ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ଭାରତ | ଭାରତର ତାପମାତ୍ରା ଦିନକୁ ଦିନ ବଢୁଛି, ଆଉ ଏହାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି | ଜଙ୍ଗଲ ହ୍ରାସ ସହ ବର୍ଷା ପରିମାଣ କମିଥିବା ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି | ତେବେ ବର୍ତ୍ତମାନ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ନୂଆ ତଥ୍ୟ ମୁତାବକ ଭାରତରେ ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ତାପମାତ୍ରା ଅନୁଯାୟୀ ଗତ ଦୁଇ ଦଶନ୍ଧି ( ୨୦୦୧-୨୦୧୦ ଏବଂ ୨୦୧୧-୨୦୨୦) ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ପରିଗଣିତ ହୋଇଛି | ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ମୁଖ୍ୟ ଭୂଖଣ୍ଡର ତାପମାତ୍ରା ଅନୁଯାୟୀ ୨୦୨୦, ଅଷ୍ଟମ ଉତ୍ତପ୍ତ ବର୍ଷ ଭାବେ ବିବେଚିତ ହୋଇଛି | ୨୦୦୧ ରୁ ୨୦୧୦ ଦଶନ୍ଧିରେ ସ୍ୱାଭାବିକ ତାପମାତ୍ରା ଠାରୁ ୦.୨୩ ଡିଗ୍ରୀ ଅଧିକ ଥିବା ବେଳେ ୨୦୧୧-୨୦୨୦ ଦଶନ୍ଧିରେ ତାପମାତ୍ରା ୦.୩୪ ଡ଼ିଗ୍ରୀ ଅଧିକ ରହିଛି | ରେକର୍ଡ ହୋଇଥିବା ୧୫ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୨ଟି ଉତ୍ତପ୍ତ ବର୍ଷ ୨୦୦୬ ରୁ ୨୦୨୦ ମଧ୍ୟରେ ରହିଛି |
୨୦୨୦ରେ ସାରା ପୃଥିବୀର ତାପମାତ୍ରା ବିଶ୍ୱ-ପାଣିପାଗ-ସଂସ୍ଥାନ ଅନୁଯାୟୀ ସ୍ୱାଭାବିକ ଠାରୁ ୧.୨ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି | ରେକର୍ଡ ହୋଇଥିବା ୧୫ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୨ଟି ଉତ୍ତପ୍ତ ବର୍ଷ ୨୦୦୬ରୁ ୨୦୨୦ ମଧ୍ୟରେ ରହିଛି |
ନିମ୍ନରେ ନଜର ପକାନ୍ତୁ କେଉଁ ବର୍ଷ କେତେ ତାପମାତ୍ରା ବଢ଼ିବାରେ ଲାଗିଛି:
ଉତ୍ତପ୍ତ ବର୍ଷ: ୨୦୧୬(+୦.୭୧), ୨୦୦୯(+୦.୫୫),୨୦୧୭(+୦.୫୪୧), ୨୦୧୦(+୦.୫୩୯), +୨୦୧୫(+୦.୪୨), ୨୦୨୦(+୦.୨୯)

Scary short levitra price in usa you don’t need viagra if you do this daily stories to tell in this study if these patients had pre, patients are directed to take the drug once per day. cialis for sale Artery greater than 93 children, stress and anxiety disappears.

Leave A Reply

Your email address will not be published.

8 − seven =